କାମରେ କରୁଥିଲେ ଅବହେଳା, ବନ୍ଦ ହେଲା ୩୦ କର୍ମଚାରୀଙ୍କ ଦରମା
Rayagada Collector Swadha Dev Singh Stops Salary Of 30 Tehsil Employees ,୩୦ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ
ରାୟଗଡ଼ା: ଆକ୍ସନରେ ରାୟଗଡ଼ା ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା ପାଇଁ କାଶୀପୁର ତହସିଲ ଅଧିନରେ ଥିବା ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି । ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ ସ୍ବଧା ଦେବ ସିଂ।

ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବାରୁ ଏପରି କାର୍ଯ୍ୟନୁଷ୍ଠାନ ନେଇଆଯାଇଛି । ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ । ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା । ଏପରିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ଅନେକ ଦିନକୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏପରିସ୍ଥିତି ଦେଖି ଜିଲ୍ଲାପାଳ ସ୍ବଧା ଦେବ ସିଂ ଏପରି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପତ୍ର ଲେଖିତ ଭାବେ ଜଣାଯାଇଛି ।












Click it and Unblock the Notifications