ନୂଆ ରୂପ ପାଇବ ରେଭେନ୍ସା ବିଶ୍ୱବିଦ୍ୟାଳୟ: ୨୫୦ କୋଟି ଟଙ୍କା ମଞ୍ଜୁର କଲେ ସରକାର
ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି । ରାଜ୍ୟ ସରକାର ଏଥି ପାଇଁ ୨୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନୂଆ ରୂପ ସହ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ପାଇ ପାରିବେ । ଆଉ ନୂଆ ରୂପ ପାଇବ ରେଭେନ୍ସା ବିଶ୍ୱବିଦ୍ୟାଳୟ ।

ଅଧିକ ଛାତ୍ରାଵାସ, ଛାତ୍ରୀନିଵାସ, ସ୍ମାର୍ଟ ଶ୍ରେଣୀ ଗୃହ, ଆଧୁନିକ ଶୌଚାଳୟ ଓ କ୍ରୀଡା ଭିତ୍ତିଭୂମି ଆଦି ନିର୍ମାଣ କରାଯିଵ ଵୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଏହା ଦ୍ବାରା ରେଭେନ୍ସା ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟରେ ଅଗ୍ରଣୀ ଵିଶ୍ବଵିଦ୍ୟାଳୟରେ ପରିଣତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତନୁ ।












Click it and Unblock the Notifications