କଟକର ଡେପୁଟି ମେୟର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀ ଦମୟନ୍ତୀ ମାଝୀ
ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଦମୟନ୍ତୀ ମାଝୀ ଗୁରୁବାର କଟକ ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଦମୟନ୍ତୀ ମାଝୀ ଗୁରୁବାର କଟକ ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କାରଣ ପୂର୍ବରୁ ବିଜେପି ଏବଂ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ। ସେପଟେ ନୂଆ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂ ।

ନିକଟରେ ଶେଷ ହୋଇଥିବା ନିର୍ବାଚନରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ର କନିଷ୍ଠ କର୍ପୋରେଟର ଭାବରେ 21 ବର୍ଷୀୟା ଆଦିବାସୀ ଝିଅ ଦମୟନ୍ତୀ ନିର୍ବାଚିତ ହୋଇଥିଲେ। ବାଲିସାହି ବସ୍ତିରେ ରହୁଥିବା ଦମୟନ୍ତୀ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏମକମ୍ (MCom) କରୁଛନ୍ତି ।
ତେବେ ଆଜି ୧୦୫ ପୌରାଞ୍ଚଳରେ ହେଉଛି ଉପାଧ୍ୟକ୍ଷ ନିର୍ବାଚନ ୫୮ ଏନଏସି ଓ ୪୭ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ଆଜି କଟକ ମହାନଗର ନିଗମ ଡେପୁଟୀ ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହୋଇଛି । ସେହିପରି ଏପ୍ରିଲ ୮ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ । ପୌର ଉପାଧ୍ୟକ୍ଷ ପଦବୀ ପାଇଁ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନପତ୍ର ଯାଂଚ କରାଯାଇ ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ହେବ । ଏହା ପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications