Get Updates
Get notified of breaking news, exclusive insights, and must-see stories!

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମାଡ଼ଗୋଳ: ୩ ବିଜେଡି ନେତାଙ୍କ ନାଁରେ ମାମଲା

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମାଡ଼ଗୋଳ ଘଟଣାରେ ୩ ବିଜେଡ଼ି ନେତାଙ୍କ ନାଁରେ ମାମଲା। ବ୍ୟୋମକେଶ, ଲେଲିନ ଓ ବବି ଖାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି। ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ ମାରିବା ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରମାନେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୩ ବିଜେଡ଼ି ନେତାଙ୍କ ନାଁରେ ମାମଲା ହେବା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ପ୍ରେସ୍ ରିଲିଜ୍ ଜାରି କରି ଦଳ କହିଛି ଯେ, ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ବିଜେଡି ଏହାକୁ ନିନ୍ଦା କରୁଛି। ବିରୋଧ ଶାନ୍ତି ପୂର୍ଣ୍ଣ ଥିଲା। ଯେଉଁଥିରେ ଆଲୁମନି ଓ ପୂର୍ବତନ ଛାତ୍ର ସାମିଲ ହୋଇଥିଲେ। ଅହିଂସା ଓ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରାଯାଇଥିଲା । କିନ୍ତୁ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ବିଭ୍ରାନ୍ତିକର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି ।

Ravenshaw University

କଟକ ଡିସିପିଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି ଲେଖିଛନ୍ତି । ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ରଙ୍କ ପ୍ରବେଶରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଉଲ୍ଲେଖ କରି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାପରେ କ୍ୟାମ୍ପସରେ ଆଜି ପୋଲିସ ମୁତୟନ ହୋଇଛନ୍ତି । ଏପଟେ ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ ହୋଇଛି ବିଧାନସଭା। ତୁତୁ-ମେମେ ହୋଇଛନ୍ତି ଶାସକ ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି। ବିରାଟ ଆନ୍ଦୋଳନ ଦାନା ବାନ୍ଧୁଛି। ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତ୍ତି ରଖନ୍ତୁ । କଂଗ୍ରେସ ମଧ୍ୟ ସମାନ କଥା ଉଠାଇ ନାଁ ପରିବର୍ତ୍ତନ ହେବକି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଦାବି କରିଥିଲେ । ସେପଟେ ଜବାବରେ ବିଜେପି କହିଛି କେନ୍ଦ୍ରମନ୍ତ୍ରୀ ବିତର୍କ କଥା କହିଛନ୍ତି । କିନ୍ତୁ ସେ ଗୃହର ସଦସ୍ୟ ନୁହନ୍ତି । ତେଣୁ ତାଙ୍କ ବିଷୟରେ ଆଲୋଚନା କରି ବିରୋଧୀ ଦଳ ଅଯଥା ରାଜନୀତି କରିବା ଗୃହର ସମୟକୁ ବରବାଦ କରୁଥିବା କହିଛନ୍ତି ବିଧାୟକ ଈରାଶିଷ ଆଚାର୍ଯ୍ୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+