ରେରେଭେନ୍ସା ନାଁ ବଦଳି ଦିଆଯିବ କି ଏହି ନାଁ ? ଆସିଲା ପ୍ରସ୍ତାବ
ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ହେଉ ରେଭେନ୍ସା ବିଶ୍ବବିଦ୍ୟାଳୟ। କପିଳେନ୍ଦ୍ରଙ୍କ ନାଁରେ ନାମିତ ପାଇଁ ସାହିତ୍ୟିକ ହରପ୍ରସାଦ ଦାସଙ୍କ ପ୍ରସ୍ତାବ। ମୋର ପ୍ରସ୍ତାବ ରେଭେନ୍ସା ନାଁ ବଦଳୁ, ସରକାର ଚାହିଁଲେ ବଦଳାଇ ପାରିବେ' । ଗଜପତି କପିଳେନ୍ଦ୍ର ଦେବଙ୍କୁ ଆମେ କୌଣସି ଶ୍ରେୟ ଦେଇନୁ, ଆମେ କୃତଘ୍ନ ।
ଗଜପତି କପିଳେନ୍ଦ୍ର ଦେବ ବିଶ୍ବବିଦ୍ୟାଳୟ ହେଲେ କଣ ଅସୁବିଧା ହେବ ବୋଲି ସେ କହିଛନ୍ତି ।

ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ସେ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କର ଭୂମିକା କ'ଣ ଥିଲା। ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ'ଣ କରୁଥିଲେ। ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ'ଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଥିଲେ, ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ଅନ୍ୟପକ୍ଷରେ ରେଭେନ୍ସା ନାଁ ବଦଳିବା କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ବିରୋଧ କହିଥିଲେ ତିନି ପୂର୍ବତନ ପ୍ରଫେସର ଏବଂ ଛାତ୍ର। ଏହାକୁ ଅବାସ୍ତବ କହି ସମାଲୋଚନା କହିଥିଲେ ହେମେନ୍ଦ୍ର ନାରାୟଣ ଦାସ। ରେଭେନ୍ସା କେବଳ ନାମ ନୁହେଁ, ଇଟ ଇଜ୍ ଓ୍ବେ ଅଫ୍ ଲାଇଫ୍ ବୋଲି ସେ କହିଥିଲେ।












Click it and Unblock the Notifications