ବିଧାନସଭାରେ ଉଠିଲା ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି
ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଲେ ବିଧାୟକ ବ୍ୟୋମକେଶ ରାୟ । ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ। ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ'ଙ୍କ ଦୁର୍ଭିକ୍ଷ ସହ ଯୋଡ଼ିବା ଠିକ୍ ନୁହେଁ ବୋଲି କହିଲେ। ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ଗୁରୁତ୍ୱ ଦେଇଥିଲେ । ରେଭେନ୍ସାଙ୍କ ଉଦ୍ୟମକୁ ଫକୀର ମୋହନ ଓ ଗୌରୀଶଙ୍କର ପ୍ରଶଂସା କରିଥିଲେ । ସେ ଚାହିଁ ନଥିଲେ ତାଙ୍କ ନାଁରେ ରେଭେନ୍ସା କଲେଜ୍ ହେଉ । ନାଁ ପରିବର୍ତ୍ତନକୁ ନେଇ ଆନ୍ଦୋଳନ ବଢୁଛି, ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି କହିଚନ୍ତି ବିଧାୟକ ।
ହେବ କି ରେଭେନ୍ସା ନାମ ପରିବର୍ତ୍ତନ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ସରଗରମ ରାଜନୀତି । ବିଶ୍ବବିଦ୍ୟାଳୟ ନାଁକୁ ନେଇ ରାଜନୀତି, ବ୍ରିଟିଶ ଅଫିସର ଥୋମାସ୍ ଏଡୱାର୍ଡ ରେଭେନସାଙ୍କ ଭୂମିକାକୁ ନେଇ ରାଜନୀତି ।
ହେଲେ ରେଭେନ୍ସା ଗୋଟିଏ ନାଁ ନୁହେଁ, ବରଂ ଗୋଟିଏ ଇମୋସନ ବୋଲି ଯୁକ୍ତି ଦର୍ଶାଇ, ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଛାତ୍ରସଂଘ ଏବଂ ବହୁ ପ୍ରାକ୍ତନ ଛାତ୍ର। ।

ତେବେ ଚାଲନ୍ତୁ ଜାଣିବା କେମିତି ବିଶ୍ଵବିଦ୍ୟାୟର ନାମ ହେଲା ରେଭେନ୍ସା।
ସୂଚନା ଅନୁସାରେ, କଲିକତା ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଶାରେ ୧୮୬୫ରୁ ୧୮୭୮ ମସିହା ଯାଏଁ ଅଫିସିଏଟିଂ କମିଶନର ଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା। ସେ ଦାୟିତ୍ବ ନେବାର ପରବର୍ଷ ଅର୍ଥାତ୍ ୧୮୬୬ରେ ପଡ଼ିଥିଲା ୯ ଅଙ୍କ ଦୁର୍ଭିକ୍ଷ, ଯେଉଁଥିରେ ପ୍ରାଣ ହରାଇଥିଲେ ପ୍ରାୟ ୩୦ ଲକ୍ଷ ଓଡ଼ିଆ। ଏହାର ୨ବର୍ଷ ପରେ ୧୮୬୮ ମସିହାରେ ଓଡ଼ିଶାରେ ଉଚ୍ଚଶିକ୍ଷା ସୁଯୋଗ ପାଇଁ, କଟକ ଜିଲ୍ଲା ସ୍କୁଲ ବନିଥିଲା ରାଜ୍ୟର ପ୍ରଥମ କଲେଜ୍। ସେତେବେଳେ ଏହାର ନାଁ କଟକ କଲେଜ ଥିବା ବେଳେ, ପରେ ରେଭେନ୍ସାଙ୍କ ନାଁ ଅନୁସାରେ ନାମିତ ହୋଇଥିଲା। ତେବେ ଉଭୟ ଘଟଣାରେ ରେଭେନ୍ସାଙ୍କ ଭୂମିକା ଓ ଯୋଗଦାନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।
ତେବେ କିଏ ଏହି ରେଭେନସା ସାହେବ ? ୧୮୬୬ରେ ହୋଇଥିବା ଓଡ଼ିଶା ଇତିହାସର ସବୁଠୁ ବଡ଼ ବପତ୍ତି ନଅଙ୍କ ଦୁର୍ଭିକ୍ଷରେ ତାଙ୍କର କଣ ଥିଲା ଭୂମିକା ? ବ୍ୟାସ କବି ଫକୀର ମୋହନ ସେନାପତି ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି । କମିଶନର ସାହେବ ଗଭର୍ଣ୍ଣରଙ୍କୁ ଲେଖିଲେ - ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି ସେଥିରେ ବର୍ଷକ ଚଳିପାରିବ। କମିଶନର ସାହେବ ବଡ଼ ଭୁଲ କଲେ ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ କଥାଟା ଭଲରୂପେ ତଦନ୍ତ କରି ଗଭର୍ଣ୍ଣରଙ୍କୁ ଜଣାଇବା ଉଚିତ ଥିଲା। ମାତ୍ର ଉତ୍କଳରୁ ୩୦ ଲକ୍ଷ ପର୍ଯ୍ୟନ୍ତ ମାହାପ୍ରାଣୀ ବିନାଶ ଗଲା।
ତେବେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଟି.ଇ. ରେଭେନ୍ସା ଓଡ଼ିଆମାନେ ଅଳସୁଆ ହୋଇଥିବାରୁ ଦୁର୍ଭିକ୍ଷ ହେଲା ବୋଲି କହିଥିଲେ । ଏକଥା ଜେ.ପି. ଦାସଙ୍କ ଲିଖିତ ଇତିହାସ ପୁସ୍ତକ 'ଦେଶ-କାଳ-ପାତ୍ର'ରେ ଉଲ୍ଲେଖ ରହିଛି। ବିଜେଡି ପୂର୍ବରୁ ଅଣଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲା, ଏବେ ସବୁସୀମା ଡେଇଁ ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛି । ତେଣୁ ସେମାନେ ବରଂ କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି।












Click it and Unblock the Notifications