ରେଭେନ୍ସାରେ ଝାଡାବାନ୍ତି; ୧୬ଅସୁସ୍ଥ,
ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର। କଟକସ୍ଥିତ ଏସସିବି ହସ୍ପିଟାଲରେ ଚାଲିଛି ଚିକିତ୍ସା। ୧୮୦ଜଣ ଛାତ୍ର ରହୁଥିବା ଏହି ହଷ୍ଟେଲରେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି।

ତେବେ ଚିକିତ୍ସା ପରେ ୧୬ଜଣ ଛାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।ପୁରା ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ । ଖବର ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସେଠାରେ ପହଁଚି ଅନୁଧ୍ୟାନ କରୁଛି।












Click it and Unblock the Notifications