ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ଛାଡ଼ ନିର୍ଦ୍ଦେଶ ପ୍ରତ୍ୟାହୃତ

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ । ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ପ୍ରତ୍ୟାହୃତ ।
ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପ୍ରତ୍ୟାହୃତ ।

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଥିଲା । ଏଥିରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ ବୋଲି କୁହାଯାଇଥିଲା । ଏହାରି ଭିତରେ ପୁନର୍ବାର ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରି ନେଲେ ରେଭେନ୍ସା କର୍ତ୍ତୃପକ୍ଷ । ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Ravenshaw University campus evacuation order lifted

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଏଫ୍‍ଏମ୍‍ କଲେଜରେ ପହଞ୍ଚିଲା ୟୁଜିସି ଫ୍ୟାକ୍ଟ ଫାଇଣ୍ଟିଂ ଟିମ୍‍ । ଦିଲ୍ଲୀରୁ ଆସି ବାଲେଶ୍ୱରରେ ପହଞ୍ଚିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂର ୪ଜଣିଆ ଟିମ୍‍ । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, ଆଇସିସି ସଦସ୍ୟଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରୁଛନ୍ତି । ସେପଟେ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‍ । ଆଜି ତଦନ୍ତକାରୀ ଅଧିକାରୀ ମାନେ କଲେଜରେ ପହଞ୍ଚି କିଛି ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷକଙ୍କୁ ପଚରାଉଚାର କରିଛନ୍ତି । ଛାତ୍ରୀ ଜଣଙ୍କ ପେଟ୍ରୋଲ କେଉଁଠୁ ଆଣିଲେ, କିପରି ଭାବରେ ଢାଲି ହୋଇ ନିଆଁ ଲଗାଇଲେ ସେନେଇ ଖୋଳତାଡ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+