Ravenshaw University: କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କ୍ୟାମ୍ପସ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି କର୍ତ୍ତୃପକ୍ଷ। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି ।
ଫଳରେ କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏଥିସହ ପ୍ରବେଶ ପଥ ଏବଂ କ୍ୟାମ୍ପସ୍ରେ ପୋଲିସ ମୁତନ ପାଇଁ ମଧ୍ୟ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ପାଳନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ । ସେ କହିଥିଲେ ଏହା ମୋର ବ୍ୟକ୍ତିଗତ ମତ। ତେବେ ସେହିଦିନଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି।

ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ, ୧୫୬ ବର୍ଷର ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ବ୍ୟୋମକେଶ । ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଜବାବ ରଖି କହିଛନ୍ତି, ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଓଡ଼ିଆ ମାନେ ଉତ୍ସାହହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା । କେନ୍ଦ୍ର ମନ୍ତ୍ରୀ ଗୃହର ସଦସ୍ୟ ହୋଇନଥିବା ବେଳେ ତାଙ୍କ ବିଷୟରେ ଆଲୋଚନା କରି ବିରୋଧୀ ଗୃହକୁ ଭିନ୍ନ ଆଡ଼କୁ ନେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ।












Click it and Unblock the Notifications