ରେଭେନ୍ସା ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ; ଛାତ୍ର ବିଜେଡି ନେତା ବବି ଖାନ ନାଁରେ ଅଭିଯୋଗ
ପୁଣି ଚର୍ଚ୍ଚାରେ ଛାତ୍ର ବିଜେଡି ନେତା ବବି ଖାନ୍ । ଜଣେ ରେଭେନ୍ସାର ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ଯୁକ୍ତ ୩ରେ ପଢୁଥିବା ଜଣାପଡିଛି । କୌଣସି କାରଣରୁ ବବି ଖାନ୍ ଛାତ୍ର ଜଣଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ କିଛି ମାସ ତଳେ ବବି ଖାନ୍ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ସହ ଫୋନରେ ଧମକ ଚମକ ଦେଇଥିବା ଘଟଣା ଚର୍ଚ୍ଚା ପାଲଟିଥିଲା ।

ପୂର୍ବରୁ ଅନେକ ମୋକଦ୍ଦମାରେ ବବିଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । କେବଳ ଏବିଭିପି ଛାତ୍ରନେତାଙ୍କୁ ମାଡ଼ ନୁହେଁ ୨୦୧୮ ମସିହାରେ ରେଭେନ୍ସା ସେକ୍ସ ସ୍କାଣ୍ଡାଲ ଘଟଣାରେ ମଧ୍ୟ ତାଙ୍କ ନାଁରେ ମାମଲା ରହିଛି । ଅନେକ କାଣ୍ଡରେ ସମ୍ପୃକ୍ତି ରହିଥିବା ବେଳେ ଏବେ ପୁଣି ରେଭେନ୍ସା ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ବବି ଖାନ୍ ।












Click it and Unblock the Notifications