ଆଜି ବିଜୟା ଦଶମୀ: ରାବଣପୋଡ଼ି ଲାଗି ପ୍ରସ୍ତୁତି ଶେଷ
ଆଜି ବିଜୟା ଦଶମୀ: ରାବଣପୋଡ଼ି ଲାଗି ପ୍ରସ୍ତୁତି ଶେଷ
ଭୁବନେଶ୍ୱର: ଆଜି ବିଜୟା ଦଶମୀ । ସାରା ରାଜ୍ୟରେ ଉତ୍ସାହର ମାହୋଲ । ହେଲେ ପୂଜା ମଉଜକୁ ଫିକା ପକାଇଛି ବର୍ଷା । ବର୍ଷା ସତ୍ୱେ ଅନେକ ମଣ୍ତପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବା ପାଇଁ ମୁଳୁଛି । ଆଜି ଧରାପୃଷ୍ଟରୁ ବିଦାୟ ନେବେ ମାଆ ହେଲେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୁପ ପାଳିତ ହେବ । ଏହି ଅବସରରେ ଅନ୍ୟାୟର ପ୍ରତୀକ ରାବଣର ପ୍ରତିମୂର୍ତ୍ତିକି ପୋଡିବାର ପରମ୍ପରା ରହିଛି । ପୂଜା ମଣ୍ତପରେ ରାବଣ ପୋଡି ଲାଗି ପ୍ରସ୍ତୁତି ଏବ ଶେଷ ପର୍ଯ୍ୟାୟର ପହଁଚିଛି । ସନ୍ଧ୍ୟାରେ ବିଭିନ୍ନ ମଣ୍ତପରେ ରାଗଣପୋଡି ଅନୁଷ୍ଠିତ ହେବ । ଭୁବନେଶ୍ୱରର ୪ଟି ପ୍ରମୁଖ ପୂଜାମଣ୍ତପରେ ହେବ ରାବଣପୋଡି । ବର୍ଷା ସତ୍ୱେ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ପ୍ରସ୍ତୁତି ।

ଭୁବନେଶ୍ୱର ବରମୁଣ୍ତା ପୂଜା କମିଟି ପକ୍ଷରୁ ରାବଣପୋଡି ଲାଗି ପ୍ରସ୍ତୁତି ଶେଷ ହୋଇଛି । ବରମୁଣ୍ତାରେ ଏଥର ଜଳିବ ୮୦ ଫୁଟ ଉଚ୍ଚର ରାବଣ । ରାବଣପୋଡି ସାଙ୍ଗକୁ ଆଖି ଝଲସିଲା ଭଳି ଆତସବାଜି ମଧ୍ୟ କରାଯିବ । ଦୁଇ ବର୍ଷ ପରେ ଏଥର ଲୋକେ ଦେଖିବେ ରାବଣପୋଡି ଉତ୍ସବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଝାରପଡା ପୂଜା କମିଟି ପକ୍ଷରୁ ମଧ୍ୟ ରାବଣ ପୋଡି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଟକ ସହରର ବିଭିନ୍ନ ମଣ୍ତପରେ ମଧ୍ୟ ଦେଖିବା ପାଇଁ ମିଳିବ ରାବଣପୋଡି ଉତ୍ସବ । କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ରାବଣପୋଡି । ୩୧ ବର୍ଷ ଧରି ଆୟୋଜିତ ହେଉଥିବା ରାବଣ ପୋଡି ଉତ୍ସବକୁ ଦେଖିବା ପାଇଁ ଲୋକ ଖୁବ ଉତ୍ସାହିତ ଅଛନ୍ତି । ରାବଣପୋଡି ସହ ଆତସବାଜୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।
ସୂଚନା ଅନୁସାରେ, ଚଳିବ ବର୍ଷ ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡି ପାଇଁ ଅନୁମତି ଦେଇଛି ଅଗ୍ନିସମ ବାହିନୀ । ରାଜଧାନୀର ବରମୁଣ୍ତା, ଝାରପଡ଼ା, କୋରଡକଣ୍ଟା ଓ ପାହାଳର ପୂଜା କମିଟିକୁ ଅନୁମତି ମିଳିଛି । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ସ୍ଥାନ ପରିଦର୍ଶନ କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications