ଆସନ୍ତାକାଲି ଦିନ ୧ଟା ପରେ ଖୋଲିବ ରତ୍ନଭଣ୍ଡାର

ଭୁବନେଶ୍ୱର: ପୁରୀ: ରାତି ପାହିଲେ ଅର୍ଥାତ ଜୁଲାଇ ୧୪ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ । ଏଥି ପାଇଁ ପୂର୍ବରୁ ଦିନ ନିର୍ଦ୍ଧାରିତ ହୋଇସାରିଛି । ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜୁର (ଏସ୍‌ଓପି) ପ୍ରସ୍ତୁତ କରିଛନ୍ତି । ଏହି ଏସ୍‌ଓପିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି ।

କେଉଁ ପ୍ରକିୟା ଦେଇ ରତ୍ନଭଣ୍ଡାର ଖୋଲାଯିବ, ସେନେଇ ଏସ୍‌ଓପିରେ ଉଲ୍ଲେଖ କରାଯାଇଛି । ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଜରୁରୀକାଳୀନ ବୈଠକ ହୋଇଛି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, 'ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ ।

Ratnabhandara

ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ । ତାଲା ଭାଙ୍ଗିବ ପାଇଁ ତାଲା ଭଙ୍ଗା ଟିମ୍‌କୁ ଡକାଯାଇଛି ବୋଲି ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି । ସେହିପରି ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ ।

ତେବେ କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌, ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସେହିପରି ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+