ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଠାକୁରଙ୍କ ଚାପ ଖେଳ ପାଇଁ ଏବେ ବନ୍ଦ ରହିଛି ମରାମତି କାମ। ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ ହୋଇ ସିଙ୍ଗଡା କଟା ପରେ ଅର ମୁଖସାଲ ଶେଷ ହୋଇଛି । ଏହାସହ ପଇବିନ୍ଧ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତାକାଲି ପଇ ସଂଯୋଗ ସହ ପଇ କଳସା କାର୍ଯ୍ୟ ହେବ ।

ସେହିପରି ୩ ରଥର ୧୨ଟି ଲେଖାଏଁ ଭୂଇଁ ଚଉତାର ଚଉପଟ କାର୍ଯ୍ୟ ସରିଛି । ବିନ୍ଧ ଅନୁକୂଳ ହୋଇ ବିନ୍ଧ କାର୍ଯ୍ୟ ପାଇଁ ଚଉତାରେ ମାପ ଚିହ୍ନ ଦିଆ ଶେଷ ହୋଇଛି । ୩ ରଥର ଚଉଦ ନାହାକ ନିର୍ମାଣ କାର୍ଯ୍ୟ ପାଇଁ ରଥ ଅମୀନ ଯୋଗାଇଥିବା ୪ଟି ଲେଖାଏଁ ୨୦ ଫୁଟିଆ କାଠ ଫାଳିର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଶନିବାର ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜରୁ ୭୦ ଖଣ୍ଡ ଅସନ କାଠ ପୁରୀ ରଥଖଳାକୁ ପଠାଯାଇଛି। ଚଳିତବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ ବୌଦ୍ଧରୁ ପୁରୀକୁ ରଥ କାଠ ପ୍ରେରଣ କରାଯାଇଥିବା ନେଇ ମାଧପୁର ରେଞ୍ଜ ଅଫିସର ଆଶିକ କୁମାର ଦିଗାଲ ସୂଚନା ଦେଇଛନ୍ତି । ସଂକୀର୍ତ୍ତନ ମଣ୍ଡଳୀ ସହିତ ରଥକାଠ ବୋଝେଇ ଦୁଇଟି ଗାଡ଼ିକୁ ମାଧପୁର ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କଳସ ବସାଯାଇ ସ୍ୱାଗତ କରାଯାଇଥିଲା। ଘଣ୍ଟ ବାଦ୍ୟ, ହରିବୋଲି ଓ ହୁଳହୁଳି ଦେଇ ମହାପ୍ରଭୁଙ୍କ କାଠକୁ ପୁରୀ ଅଭିମୁଖେ ନିଆଯାଇଥିଲା ।












Click it and Unblock the Notifications