ନିର୍ଦ୍ଧାରିତ ସମୟ ୯ଟା ୫୧ରେ ରତ୍ନଭଣ୍ଡାର ଖୋଲାଯିବ: ଜଷ୍ଟିସ ବିଶ୍ବନାଥ ରଥ

ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର । ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି । ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି ।

ସେ ଆହୁରି କହିଛନ୍ତି, ଭିତର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପାଇଁ ଆଜି ଉଦ୍ୟମ କରିବୁ । ଶୁଭବେଳା ୯ଟା ୫୧ରେ ଭିତର ଭଣ୍ଡାରକୁ ଯିବୁ। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି। ଭିତର ଭଣ୍ଡାରର ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଗଜପତି ରହିପାରନ୍ତି ବୋଲି ଜଷ୍‌ଟିସ ରଥ କହିଛନ୍ତି

Ratnabhandar

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି। ସକାଳ ୯ଟା ୫୧ର ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଏହି ସମୟ ମଧ୍ୟରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତି।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବନ୍ଦ ହେଲା ୩ ଦ୍ୱାର । ସିଂହଦ୍ୱାର ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ହେଲା। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା।ଲକ୍ଷ୍ମୀଙ୍କ ବାରରେ ଖୋଲିବ ରତ୍ନଭଣ୍ଡାର । ପୁଣି ଖୋଲିବ ରତ୍ନଭଣ୍ଡାର ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ୧୮ ତାରିଖରେ ଅଧିକୃତ ୧୧ଜଣିଆ କମିଟି ହିଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହି କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତି, ଯଥା ମେଡିକାଲ୍‌ ଟିମ୍‌, ସ୍ନେକ ହେଲ୍‌ପଲାଇନ୍‌, ସ୍ବେଚ୍ଛାସେବୀମାନେ ପାଖରେ ରହିବେ। ପୁରୁଣା ପ୍ରୋଟୋକଲ୍‌ ଅନୁଯାୟୀ, ଏସ୍‌ପି ପୁରୀ ସମସ୍ତଙ୍କୁ ଯାଞ୍ଚ କରି ଛାଡ଼ିବେ। ସ୍ଥାନାନ୍ତର ପ୍ରକ୍ରିୟା ଅନୁଯାୟୀ, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍‌ କରାଯିବ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜଉମୁଦ ଦେଇ ସିଲ୍‌ କରାଯିବ। କେବଳ ବାହାର ରତ୍ନଭଣ୍ଡାରକୁ ଛାଡ଼ିଦେଲେ ବାକି ସବୁ ଚାବି ଜିଲ୍ଲା କୋଷାଗାରକୁ ପଠାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+