ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ,ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ । କ୍ୟାବିନେଟରେ ତଦନ୍ତ ରିପୋର୍ଟ ଉପସ୍ଥାପନା କରାଯିବ। ସରକାରୀ ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ (AG)।

ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ ହେବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏକଥା ସାମ୍ନାକୁ ଆସିଥିଲା।

ratna bhanddar

ଯେହେତୁ ଏହି ଗୋଟିଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦୁଇଟି ପୃଥକ ସତ୍ୟପାଠ ଦାଖଲ ହୋଇଛି ତାକୁ ନେଇ ଦ୍ଵନ୍ଦ୍ବ ଉପୁଜିଥିଲା। ଗତ ୨୯.୧.୨୪ ରେ ଦାକଲ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନକରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୨୪ ଏପ୍ରିଲ ୫ରେ ଦାଖଲ ହୋଇଥିବା ଦ୍ବିତୀୟ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ରାଜି ଅଛନ୍ତି ବୋଲି ଦର୍ଶାଯାଇଛି । ତେଣୁ ଉଭୟ ସତ୍ୟପାଠ ଉପରେ ହାଇକୋର୍ଟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ । ଗତ ୨୦୨୫ ମାର୍ଚ୍ଚ ୧୯ ତାରିଖରେ ଉଭୟ ସତ୍ୟପାଠ ଉପରେ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+