ରତ୍ନଭଣ୍ଡାର ପ୍ରସଙ୍ଗ: ହାଇକୋର୍ଟରେ ସରିଲା ଶୁଣାଣି, ରାୟ ସଂରକ୍ଷିତ

କଟକ : ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସରିଲା ଶୁଣାଣି । ରାୟ ସଂରକ୍ଷିତ । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି ।

ରତ୍ନଭଣ୍ଡାର ଖୋଲିବା, ରତ୍ନ ଅଳଙ୍କାର ହିସାବ କରିବା, ରତ୍ନଭଣ୍ଡାର ମରାମତି ନେଇ ଜନସ୍ବାର୍ଥ ମାମଲା ହୋଇଥିଲା । ଉଭୟ ପକ୍ଷଙ୍କୁ ଶୁଣି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିଲା ଜନସ୍ବାର୍ଥ ମାମଲା । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି ।

ଶୁଣାଣି ସମୟରେ ଆଇନଜୀବୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଞ୍ଚ କରାଯାଇଥିଲା । ରତ୍ନଭଣ୍ଡାର ମରାମତିର ନିହାତି ଆବଶ୍ୟକତା ଥିବା କହିଥିଲା ଏଏସଆଇ । ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି ।

ସୂଚନାଥାଉକି, କିଛି ଦିନ ପୂର୍ବରୂ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଜଗନ୍ନାଥଙ୍କ ଅଳଙ୍କାର ଗଣତି ଏବେ ଦରକାର ନାହିଁ ବୋଲି ଦର୍ଶାଇଥିଲେ । ରତ୍ନଭଣ୍ଡାରରେ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଏଭଳି ସତ୍ୟପାଠ ଦାଖଲ ହୋଇଥିଲା ।

ratna_bhandar

ସତ୍ୟପାଠରେ ରତ୍ନଭଣ୍ଡାରକୁ ତିନିଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଥିବା ଦର୍ଶାଯାଇଥିଲା । ଯାହାମଧ୍ୟରେ 149 କେଜି 460 ଗ୍ରାମ ସୁନା, 183 କେଜି ରୂପା ଅଳଙ୍କାର ଥିବା କୁହାଯାଇଥିଲା ।

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିସ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+