ରତ୍ନଭଣ୍ତାର ନେଇ ଆଜି ନିର୍ଦ୍ଧାରଣ ହେବ SOP, ଆସନ୍ତାକାଲି ଖୋଲାଯିବ ଦ୍ୱାର
Ratna Bhandar Puri News: ରତ୍ନଭଣ୍ତାରକୁ ନେଇ ଆଜି ନିର୍ଦ୍ଧାରଣ କରାଯିବ SOP । ଆସନ୍ତା କାଲି ଅର୍ଥାତ୍ ରବିବାର ଜୁଲାଇ ୧୪ ତାରିଖରେ ଖୋଲାଯାଇ ପାରେ ଶ୍ରୀମନ୍ଦିର ରତ୍ନଭଣ୍ତାର । ରତ୍ନଭଣ୍ତାରକୁ ନେଇ ବିଭିନ୍ନ ଦିଗ ଉପରେ ତର୍ଜମା କରାଯିବ । ଏବେ କେବଳ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି କହିଛି ଯାଞ୍ଚ କମିଟି ।
ଯାଞ୍ଚ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ୧୪ ତାରିଖ ରତ୍ନଭଣ୍ତାର ଖୋଲାଯିବା ପୂର୍ବରୁ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବା ପରେ କମିଟି ସଦସ୍ୟ ରତ୍ନଭଣ୍ତାର ଭିତରକୁ ଯିବେ । ସେହିପରି ରତ୍ନ ଭଣ୍ତାର ଖୋଲିବା ପୂର୍ବରୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବ ।

ଯେଉଁମାନେ ରତ୍ନ ଭଣ୍ତାର ଭିତରକୁ ଯିବେ ସେମାନେ ସାତ୍ୱିକ ଭୋଜନ କରୁଛନ୍ତି । ସମସ୍ତ ସଦସ୍ୟ ସେବାୟତଙ୍କ ଡ୍ରେସରେ ଭିତରକୁ ପ୍ରବେଶ କରିବେ । ସେହିପରି ସ୍ନେକ୍ ହେଲପ ଲାଇନର ମଧ୍ୟ ସସଯୋଗ ନିଆଯିବା ନେଇ ସୂଚନା ରହିଛି ।












Click it and Unblock the Notifications