ଆଜି ପୁଣି ଖୋଲିବ ରତ୍ନଭଣ୍ଡାର; ହେବ ବୈଷୟିକ ଯାଞ୍ଚ ପ୍ରକ୍ରିୟା, ମଧ୍ୟାହ୍ନ ଗୋଟାଏରୁ ସର୍ବସାଧାରଣ ଦର୍ଶନ ବନ୍ଦ, ମିଳିବ ଅବଢ଼ା

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର। ବୈଷୟିକ ଯାଞ୍ଚ ପ୍ରକ୍ରିୟା ଚାଲିବ। ତେଣୁ ବୁଧବାର ମଧ୍ୟାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ସିଂହଦ୍ବାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତରଦ୍ବାର ପାର୍ଶ୍ବରେ ପ୍ରସ୍ଥାନ କରିପାରିବେ । ଏଏସ୍‌ଆଇର ଅତିରିକ୍ତ ମହାନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ନେତୃ୍ତ୍ବରେ ସିଏସ୍‌ଆଇଆର-ଏନ୍‌ଜିଆର୍‌ଆଇ (ନ୍ୟାସନାଲ୍‌ ଜିଓ ଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପ୍ରାଥମିକ ନିରୀକ୍ଷଣ ସହ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ କରିବ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇସାରିଛି। ବୈଷୟିକ ଯାଞ୍ଚ ପରେ ରତ୍ନଭଣ୍ଡାରରେ ଗୁପ୍ତ କୋଠରି, ଗୁପ୍ତ ସୁଡ଼ଙ୍ଗ ଆଦି ଚର୍ଚ୍ଚା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି କୁହାଯାଉଛି।

୬ ବର୍ଷ ପୂର୍ବରୁ ରତ୍ନ ଭଣ୍ଡାରର ସ୍ଥିତି ଉଦ୍‌ବେଗଜନକ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମରାମତି ନହେବାରୁ ଭଣ୍ଡାରରେ ଫାଟ ସୃଷ୍ଟି ହୋଇଛି। ଲେଜର୍‌ ସ୍କାନିଂରେ ଫାଟ ସ୍ପଷ୍ଟ ହେବ । ସେହିପରି ଜିପିଆର ସର୍ଭେ ଦ୍ବାରା ଗୁପ୍ତ ‌କୋଠରି ନେଇ ଯାଞ୍ଚ କରାଯିବ । ବିଶେଷ କରି ମାଟି ତଳର ସ୍ଥିତି ଅନୁଧ୍ୟାନ କରିବ ସିଏସ୍‌ଆଇଆର-ଏନ୍‌ଜିଆର୍‌ଆଇ ।

ratna bhandar

ମାଟି ତଳେ ସୁଡ଼ଙ୍ଗ ମଧ୍ୟରେ ରତ୍ନ ଅଳଙ୍କାର ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟ ସ୍କାନିଂ ପରେ ସ୍ପଷ୍ଟ ହୋଇଯିବ। ତେବେ ଅତ୍ୟାଧୁନିକ ଯାଞ୍ଚ ବେଳେ ଯେପରି ଶ୍ରୀମନ୍ଦିର ଉପରେ ଏହା କୌଣସିପ୍ରକାର ପ୍ରତିକୂଳ ପ୍ରଭାବ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ଏଏସ୍‌ଆଇକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନୁରୋଧ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ରତ୍ନଭଣ୍ଡାର ଚାବି କଟାଯାଇ ବାହାର ଓ ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ରତ୍ନ ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯାଇସାରିଛି। ପରବର୍ତ୍ତୀ ସମୟରେ ଖାଲି ଆଲମିରା ଓ ସିନ୍ଦୁକଗୁଡ଼ିକୁ ମଧ୍ୟ ସ୍ଥାନାନ୍ତରଣ କରାଯାଇସାରିଛି। ରତ୍ନଭଣ୍ଡାର ଖାଲି ହେବା ପରେ ତୁରନ୍ତ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ଚିଠି ଲେଖିଥିଲା। ତେଣୁ ମରାମତି ପୂର୍ବରୁ ଆସନ୍ତାକାଲି (ବୁଧବାର) ଯାଞ୍ଚ କରାଯିବ। ଏଏସ୍‌ଆଇର ବିଭିନ୍ନ ବିଭାଗୀୟ ନିର୍ଦ୍ଦେଶକମାନଙ୍କ ଉପସ୍ଥିତିରେ ନିରୀକ୍ଷଣ ପ୍ରକ୍ରିୟା ଚାଲିବ। ଏଥିପାଇଁ ନୀତିକାନ୍ତିରେ ପରିବର୍ତ୍ତନ ହୋଇଛି। ରାତି ୨ଟାରୁ ଦ୍ବାରଫିଟା କରାଯିବାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳଆଳତି ଓ ଅନ୍ୟ ନୀତି ବଢ଼ିବା ପରେ ସାଢ଼େ ୧୦ଟାରେ ପ୍ରଥମ ଭୋଗ ମଣ୍ଡପ ଏବଂ ଅପରାହ୍‌ଣ ୧ଟାରୁ ୨ଟା ମଧ୍ୟରେ ଦ୍ବିତୀୟ ଭୋଗ ମଣ୍ଡପ ହେବ। ଏହା ପରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+