Ratna Bhandar: ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି । ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨ଟା ୧୫ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଏହି ସମୟ ମଧ୍ୟରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।
ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ପ୍ରବେଶ କରିପାରିବେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ପାଢ଼ୀ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କମିଟି ସଦସ୍ୟମାନେ ବାହାର ରତ୍ନଭଣ୍ଡାର ତାଲା ଭାଙ୍ଗି ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ପଦକ୍ଷେପନେଇଥିଲେ। ପରେ ନୂଆ ତାଲା ପକାଇ ସିଲ୍ କରିଦେଇଥିଲେ। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା। କେବଳ ପୁରୁଣା ତାଲା ଭାଙ୍ଗି ନୂଆ ତାଲା ପକାଇ ବାହାରୁ ଚାଲିଆସିଥିଲେ।

ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇପାରି ନ ଥିତ୍ଲା। ତେଣୁ ଗୁରୁବାର ପୁନର୍ବାର ସମାନ ଏସ୍ଓପି ଅନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଶ୍ରୀମନ୍ଦିର ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ, ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥା କରାଯିବ। ସେହିପରି ଏଏସ୍ଆଇ ରତ୍ନଭଣ୍ଡାର ମରାମତି ନେଇ ସ୍ଥିତି ଅନୁଧ୍ୟାନ କରିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ୧୮ ତାରିଖରେ ଅଧିକୃତ ୧୧ଜଣିଆ କମିଟି ହିଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହି କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତି, ଯଥା ମେଡିକାଲ୍ ଟିମ୍, ସ୍ନେକ ହେଲ୍ପଲାଇନ୍, ସ୍ବେଚ୍ଛାସେବୀମାନେ ପାଖରେ ରହିବେ। ପୁରୁଣା ପ୍ରୋଟୋକଲ୍ ଅନୁଯାୟୀ, ଏସ୍ପି ପୁରୀ ସମସ୍ତଙ୍କୁ ଯାଞ୍ଚ କରି ଛାଡ଼ିବେ। ସ୍ଥାନାନ୍ତର ପ୍ରକ୍ରିୟା ଅନୁଯାୟୀ, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍ କରାଯିବ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜଉମୁଦ ଦେଇ ସିଲ୍ କରାଯିବ। କେବଳ ବାହାର ରତ୍ନଭଣ୍ଡାରକୁ ଛାଡ଼ିଦେଲେ ବାକି ସବୁ ଚାବି ଜିଲ୍ଲା କୋଷାଗାରକୁ ପଠାଯିବ। ଏଏସ୍ଆଇ ଚାବି ନେବନି। ଜିଲ୍ଲାପାଳ ଚାବି ଖୋଲିବେ। ଏହାପରେ ଯାଇ ଏଏସ୍ଆଇ ଟିମ୍ ଭିତରକୁ ଯିବେ।












Click it and Unblock the Notifications