ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ, ବନ୍ଦ ରହିବ ଦର୍ଶନ
Ratna Bhandar: ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ସୂଚନା ଅନୁସାରେ, ଆଗାକୁ ଦଶହରା ଷୋଳ ପୂଜା ଏବଂ କାର୍ତ୍ତିକ ମାସ ଆରମ୍ଭ ହେବକୁ ଅଛି । ଏହି ସମୟରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ ତେଣୁ ଏହା ପୂର୍ବରୁ ବାକି ରହିଥିବା ସମସ୍ତ ବୈଷୟିକ ସର୍ଭେ ସାରି ରିପୋର୍ଟ ଦେବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ତେବେ ରିପୋର୍ଟ ଆସିବା ପରେ ମରାମତି ଓ ଗଣତି ମଣତି ହେବ । ରାଜ୍ୟ ସରକାରଙ୍କ ଏସଓପି ମୁତାବକ ନିରୀକ୍ଷଣ ପ୍ରକ୍ରିୟା ହେବା ।












Click it and Unblock the Notifications