Ratna Bhandar: ଆଜି ବସିବ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ: କେବେଠୁ ଯାଞ୍ଚ ଓ ମରାମତି ?

ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଜି ପୂର୍ବାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିବେ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଏସଆଇ ଅଧିକାରୀମାନେ ଯୋଗଦେବେ ।

ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି । ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ ଆଲୋଚନା କରାଯିବ ।

ସେପଟେ ଆଜି NMA ମହାନିର୍ଦ୍ଦେଶକ କିଶୋର ବାସା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଆସିବେ। NMA ନିୟମ ଅନୁଯାୟୀ କାର୍ଯ୍ୟ କରାଯାଇଛି କି ନାହିଁ ତା ଉପରେ ଅନୁଧ୍ୟାନ କରିପାରନ୍ତି।ଅନ୍ୟପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଦୁଃସ୍ଥିତି ଓ ନକଲି ଚାବିର ମିଛ କାହାଣୀକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଚମକାଇଲା ଭଳି ତଥ୍ୟ ସୃଷ୍ଟି କରିଚି ହଇଚଇ ।

Ratna Bhandar

ଡୁପ୍ଲିକେଟ୍ ଚାବି କିଏ ପାଇଥିଲା ? କେଉଁ ଉଦ୍ଦେଶ୍ୟରେ କିଏ ବନେଇଥିଲା ? ତା'ର ଖୋଳତାଡ଼ ପାଇଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଉଠିଲାଣି ଦାବି । ତେଣେ ଚାବି ହଜିବା ଘଟଣାରେ କେମିତି ବିଜେଡି ସରକାର ଲୋକ ଦେଖାଣିଆ ତଦନ୍ତ କୁହେଳିକା ସୃଷ୍ଟି କରିଛନ୍ତି ତା'ର ବି ଖୋଲିଛି ପୋଲ୍ ।୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା ।

ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । ଲୁହା ସିନ୍ଦୁକ ବି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା । ଏମିତିକି ଡୁପ୍ଲିକେଟ ଚାବି ଥିବା ଲଫାପା ଭିତରୁ ମିଳିଥିବା ଅଳଙ୍କାର ଲିଷ୍ଟ ବି ୧୯୭୮ ମସିହା ନା ୨୦୧୮ର ? ତାକୁ ନେଇ ବି ତାଙ୍କର ବଢ଼ିଛି ଶଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+