Get Updates
Get notified of breaking news, exclusive insights, and must-see stories!

Ratna Bhandar: ଆଜି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ଆଜି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ ।

ମରାମତି ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ । ଏହି ଫାଟ ମରାମତି କରିବେ ଏଏସଆଇ ଦ୍ୱାରା ନିଯୁକ୍ତ କୁଶଳୀ କାରିଗର । ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ। ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ ।

Ratna Bhandar

ପ୍ରାଥମିକ ପର୍ଯ୍ୟାୟରେ ଚୂନ ପ୍ଲାଷ୍ଟର ଗୁଡ଼ିକ ଡି ପ୍ଲାଷ୍ଟର କରାଯିବ ବା ହଟାଜିବ।ପରେ ଚୂନ ପଥର ଗୁଡ଼ିକୁ ପ୍ରତି ସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେଶ କରାଯିବ । ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ ।ନୀଳଗିରି ରୁ ଆସିବ ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟ । ରତ୍ନ ଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥ ରେ ରହିଛି ଏକାଧିକ ଫାଟ ।ଚଟାଣ ରେ ମଧ୍ୟ ରହିଛି ଫାଟ ।ଅନେକ ସ୍ଥାନରେ ରହିଛି ମୂଷା ଗାତ । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜି ପି ଆର୍ ସର୍ଭେ ରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ । ସେଇଭଳି ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ ବା କଳଙ୍କି । ଏହି ଷ୍ଟୋନ ବିମ ବା ରଟ ଆଇରନ କୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+