୨ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ
Puri News: ଆଗକୁ ଆସୁଛି ଇଂରାଜୀ ନବ ବର୍ଷ ।ଯେଉଁଥି ପାଇଁ ଆଜିଠୁ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । ଆସନ୍ତା ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ତାର ମରାମତି କାମ ସ୍ଥଗିତ ରହିବ । ପୁଣି ୩ ତାରିଖରୁ ଆରମ୍ଭ ହେବ ମରାମତି କାମ ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁସାରେ, ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବା ନେଇ ଅନୁମାନ କରାଯାଉଛି । ତେଣୁ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କର ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ଜାନୁଆରୀ ୩ ତାରିଖରୁ ପୁଣି ଆରମ୍ଭ ହେବ ମରାମତି କାମ ।

ସୂଚନାଥାଉ ଯେ, ଡିସେମ୍ବର ୧୭ ତାରିଖକୁ ରତ୍ନଭଣ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ରତ୍ନ ଭଣ୍ତାର ପାର୍ଶ୍ୱର ମରାମତି କାମ ଶେଷ ହେବା ପରେ ବାହାର ପାର୍ଶ୍ୱ କାମ ଆରମ୍ଭ ହେବ । ସେହିପରି ୩ ମାସ ମଧ୍ୟରେ ରତ୍ନଭଣ୍ତାର କାମ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications