୭ ଦିନ ଯାଏଁ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ
Puri News: ୭ ଦିନ ଯାଏଁ ଅର୍ଥାତ୍ ଫଗୁଦଶମୀରୁ ହୋଲି ପର୍ବ ପର୍ଯ୍ୟନ୍ତ ଉତ୍ସବ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । ମାର୍ଚ୍ଚ ୯ରୁ ୧୫ ଯାଏଁ ମରାମତି କାମ ବନ୍ଦ ରହିବ । ଆଗକୁ ଆସୁଛି ଦୋଳପୂର୍ଣ୍ଣିମା ଯେଉଁଥି ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉ ଯେ, ଗତବର୍ଷ ଡିସେମ୍ବର ମାସରୁ ରତ୍ନଭଣ୍ତାର ମରାପତି କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର କରାଯାଇଥିଲା । ହେଲେ ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ହେବ ପାଇଁ ସମୟ ଲାଗିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାମ ଶେଷ ହେବ ପାଇଁ ବିଳମ୍ବ ହେଉଛି ।

ସହିପରି ରତ୍ନଭଣ୍ଡାରର ଭିତର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର ।












Click it and Unblock the Notifications