ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ
Odisha News: ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ଗତବର୍ଷ ଡିସେମ୍ବର ମାସରୁ ରତ୍ନଭଣ୍ତାର ମରାପତି କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର କରାଯାଇଥିଲା । ହେଲେ ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ହେବ ପାଇଁ ସମୟ ଲାଗିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାମ ଶେଷ ହେବ ପାଇଁ ବିଳମ୍ବ ହେଉଛି ।













Click it and Unblock the Notifications