ଆଜିଠୁ ଆରମ୍ଭ ରତ୍ନଭଣ୍ତାର ମରାମତି କାର୍ଯ୍ୟ
Puri News: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ତାର ମରାମତି କାମ । ଶ୍ରୀଜୀଉଙ୍କ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ଦିନ ପ୍ରାୟ ୧୨ଟା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ତାର ଦୁଆର ଖୋଲାଯିବ ଯାହା ପରେ ଏକ୍ସପର୍ଟ ଟିନ୍ ଏବଂ ଶ୍ରୀମନ୍ଦିର ବୈଷୟିକ ଟିମ୍, ଏଏସଆଇ ପୁରୀ ସର୍କଲ ଅଧିକାରୀ ମାନେ ମରାମତି କାର୍ଯ୍ୟର ଆରମ୍ଭ କରିବେ । ଦୈନିକ ୫ ଘଣ୍ଟା ମରାମତି କାମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସୂଚନାଥାଉ ଯେ, ମଙ୍ଗଳବାରଠୁ ରତ୍ମଭଣ୍ତାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ବୁଧବାର ଦିନ ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଗୋଟିଏ ଦିନ ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ମରାମତି କାର୍ଯ୍ୟ। ପ୍ରଥମେ ରତ୍ନଭଣ୍ତାର ଭିତର ଏବଂ ପରେ ବାହାର କାର୍ଯ୍ୟ କରାଯିବା ନେଇ ସୂଚନା ରହିଛି । ତିନି ମାସ ମଧ୍ୟରେ ରତ୍ନଭଣ୍ତାର କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି ଏବଂ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ଯ












Click it and Unblock the Notifications