Get Updates
Get notified of breaking news, exclusive insights, and must-see stories!

Ratna Bhandar: ଆରମ୍ଭ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା

ଆରମ୍ଭ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ। ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାର ତଦାରଖ କଲେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ। ଶୋଧ କରାଯିବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ।

Ratna Bhandar process of transferring Lord jagannath begin

ତେବେ ଇଚ୍ଛୁକ ଭକ୍ତମାନେ ଆନନ୍ଦବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ରତ୍ନ ଭଣ୍ଡାର ଜଉମୁଦ ହୋଇ ସିଲ୍‌ ହେବ। ଏହା ପରେ ପୁଣି ଥରେ ଭକ୍ତମାନେ ଦର୍ଶନ ପାଇପାରିବେ। ଅସ୍ଥାୟୀ ଘରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ବହୁ ସମୟ ଧରି ଚାଲିବାକୁ ଥିବାରୁ ଭକ୍ତମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି।

ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ବୈଠକରେ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ଗୋଟିଏ ଦିନରେ ଖଟଶେଯ ଓ ଚାଙ୍ଗଡ଼ା ଘରୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ପୂର୍ବାହ୍‌ଣ ୧୦ରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ମୁଖ୍ୟ ଦେଉଳକୁ ଭକ୍ତଙ୍କ ପ୍ରବେଶ ନିଷେଧ
ସ୍ଥାନାନ୍ତର ପରେ ସ୍ବାଭାବିକ ହେବ ଦର୍ଶନ
ଆନନ୍ଦବଜାରକୁ କଟକଣା ନାହିଁ

କେବଳ ଅଧିକୃତ କମିଟି ସଦସ୍ୟମାନଙ୍କ ସହ ମହାପ୍ରଭୁଙ୍କ ନୀତି କରୁଥିବା ପାଳିଆ ସେବକମାନେ ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଜଗମୋହନକୁ ପ୍ରବେଶ ଅନୁମତି ରହିବ। ପାଳିଆ ସେବାୟତଙ୍କୁ ପାସ୍‌ ପ୍ରଦାନ କରାଯିବ। ଏଥିପାଇଁ ଦୁଇପ୍ରକାର ପାସ୍ ହୋଇଛି। ଅଳଙ୍କାର ସ୍ଥାନାନ୍ତର ପାଇଁ କମିଟିର ସଦସ୍ୟମାନଙ୍କ ପାଇଁ ଗୋଟିଏ ପ୍ରକାରର ଓ ଅଧିକୃତ ପାଳିଆ ସେବକମାନଙ୍କ ପାଇଁ ଅନ୍ୟ ପ୍ରକାରର ପାସ୍ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି ପ୍ରତୀକ ସିଂହ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଯାଞ୍ଚ କଡ଼ାକଡ଼ି କରାଯିବ। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସକାଳ ୮ ଟାରୁ ପୁଲିସ ପକ୍ଷରୁ ଶ୍ରୀମନ୍ଦିରରେ ଏହି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ। ପୁଲିସ ସହ ପ୍ରତିହାରୀ, ଜେଟିପିମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ। ଚାରିଟି ଷ୍ଟ୍ରାଇକିଂ ଫୋର୍ସ ରତ୍ନ ଅଳଙ୍କାର ସ୍ଥାନାନ୍ତର ସମୟରେ ମୁତୟନ ରହିବେ।

ମୋଟ ୧୩ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ। ଯେଉଁ ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ଚାହୁଛନ୍ତି ସେମାନଙ୍କୁ ବିନା ଦ୍ବିଧାରେ ଆନନ୍ଦବଜାର ପ୍ରବେଶ ଅନୁମତି ଦିଆଯିବ। ଏହାକୁ ସୁଆରମହାସୁଆର ନିଯୋଗ ସ୍ବାଗତ କରିଛି। ୨୦୨୪ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତରିତ ହୋଇଥିଲା। ଜିଲ୍ଲା ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ତାଲା ଭଙ୍ଗାଯାଇ ଜୁଲାଇ ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଦଶ ଫୁଟ ଦୂରରେ ଥିବା ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ କାର୍ଯ୍ୟ ଡିସେମ୍ବର ୧୭ରୁ ଆରମ୍ଭ କରି ଚଳିତ ବର୍ଷ ଜୁଲାଇ ୭ରେ ଶେଷ କରିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+