କେମିତି ଗଣା ହେବ ରତ୍ନ ଅଳଙ୍କାର ? ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ

ରତ୍ନଭଣ୍ଡାରର ତାଲା ନଖୋଲିଲେ ଭାଙ୍ଗିବା ପାଇଁ SOP ସଂପର୍କରେ ହୋଇପାରେ ଆଲୋଚନା । ଗଣତିମଣତି ଓ ରତ୍ନଭଣ୍ଡାର ମରାମତି ସଂପର୍କରେ ଧାର୍ଯ୍ୟ ହୋଇପାରେ ମୋଡାଲିଟି । ତେବେ କେମିତି ଗଣତି ହେବ ତାହା ସ୍ପଷ୍ଟ ହୋଇନି ।

ରତ୍ନଭଣ୍ଡାର ଗହଣା ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ମରାମତି ବେଳେ ଅନ୍ୟତ୍ର ରଖିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ ଏହି ସୂଚନା ଦେଇଛନ୍ତି ।

ଦର୍ଶନ ବନ୍ଦ ହେବନି

ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ବଡ଼ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ସେ କହିଛନ୍ତି । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ । ତେବେ ଏନେଇ ଭକ୍ତମାନେ ଆମକୁ ସହଯୋଗ କରିବେ ଆଶା ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ।

Ratna Bhandar

ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ । ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି ।

ଯେଉଁ ଚାବି ଥାଉ...କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ ...", ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକ ପରେ ଏପରି କହିଛନ୍ତି କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ । ତାଙ୍କ କହିବା ମୁତାବକ, ଆସନ୍ତା ୧୪ ତାରିଖରେ ଯେକୌଣସି ଉପାୟରେ ହେଉନା କାହିଁକି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହେଇଛି ।

କେତେ ଅଳଙ୍କାର ଥିଲା ?

୧୮୦୫ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରାଇଥିଲେ । ସେହି ସମୟରେ ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା । ସେହିପରି ୧୨୮ଟି ସ୍ୱର୍ଣ୍ଣମୁଦ୍ରା, ୧୨ଶହ ୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା ଓ ୨୪ଟି ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ଥିବା ଦର୍ଶା ଯାଇଥିଲା । ଏହାପରେ ୧୯୭୮ରେ ୭୧ ଦିନ ଧରି ପ୍ରସ୍ତୁତ କରାଯାଇଥିଲା ଆଉ ଏକ ତାଲିକା । ୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨, ୮୮୩ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨, ୧୫୩ ଭରିର ରୂପା ଅଳଙ୍କାର ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+