Get Updates
Get notified of breaking news, exclusive insights, and must-see stories!

Ratna Bhandar: ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଚିଠି। ASI ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ, ତେଣୁ ତୁରନ୍ତ ସାରିବାକୁ ଚିଠି।

ସୂଚନା ଅନୁସାରେ ଗତକାଲି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ କରାଯାଇଥିଲା। ଗତକାଲି ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଥିଲେ ।

Ratna Bhandar

ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ଏଏସଆଇ ମରାମତି କାମ କରିବ। କାମ ଅଧା ଅଛି, ଟିମ୍ ପୁଣି ଆସିବ। ତେବେ ସୁଡ଼ଙ୍ଗ ଥିବା ନେଇ ସେଭଳି କୌଣସି ଲକ୍ଷଣ ଦେଖିପାରିଲୁନି ବୋଲି ASI ଏଡିଜି ସ୍ପଷ୍ଟ କରିଥିବାବେଳେ ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି ବୋଲି ସୂଚନା ଦେଇଥିଲେ । ଏହା ସହ କହିଛନ୍ତି ଯେ, ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ। କାରଣ ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେଉଥିବାରୁ ଆଉ ସର୍ଭେ କାମ କରିହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+