ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି: ଆଇନ ମନ୍ତ୍ରୀ
ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ। ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ଶେଷ ହେବ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇନଥିଲା। କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ।

ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି। ଯେହେତୁ କାର୍ତ୍ତିକ ମାସ ସରିଛି ତେଣୁ ଏଏସଆଇ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ କରିବ । ମରାମତି ସରିବା ପରେ ରତ୍ନ ଅଳଙ୍କାର ଗୁଡିକୁ ଅସ୍ଥାୟୀ ଭଣ୍ଡାରରୁ ରତ୍ନଭଣ୍ଡାର ମଧ୍ୟକୁ ନେଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ତେବେ ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରୀ ନଥିବା ଜଣାପଡିବା ପରେ ଏଏସଆଇ ବର୍ତ୍ତମାନ ତାର କାମକୁ ତ୍ବରାନିତ କରିବା କହିଛନ୍ତି ମନ୍ତ୍ରୀ ।
ତେବେ କହିରଖୁଛୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଦୀର୍ଘ ୪୬ ବର୍ଷ ପରେ ଚଳିତ ବର୍ଷ ୧୪ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଘରକୁ ସ୍ଥାନାନ୍ତର କରିଥିଲେ । ପରେ ଏଏସଆଇ ଏବହ ଆର୍କୋଲୋଜିକାଲ ବିଶେଷଜ୍ଞଙ୍କ ଦ୍ବାରା ରତ୍ନଭଣ୍ଡାର ସର୍ଭେ କରି କେଉଁଠି କ'ଣ ଫାଟ ରହିଛି ସେନେଇ ଯାଞ୍ଚ କରିଥିଲେ? ଯେମିତି ଆଗାମୀ ୧୦୦ ବର୍ଷ ପାଇଁ ମରାମତି ଆବଶ୍ୟକ ପଡ଼ିବନି ସେହିଭଳି ଭାବେ ସମସ୍ତ ଯାଞ୍ଚ କରି କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ମତ ରଖିଥିଲେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications