ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ଆସନ୍ତାକାଲି ଶୁଣାଣି

ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ଆସନ୍ତାକାଲି ଶୁଣାଣି ହେବ । ପ୍ରଥମ ମାମଲା ଭାବେ ସକାଳ ସାଢ଼େ ଦଶଟାରେ ଶୁଣାଣି ହେବ । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।

ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ହେବ ଶୁଣାଣି ।

ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବ ଶୁଣାଣି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

ratna_bhandar

ସୂଚନାଥାଉକି, କିଛି ଦିନ ପୂର୍ବରୂ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଜଗନ୍ନାଥଙ୍କ ଅଳଙ୍କାର ଗଣତି ଏବେ ଦରକାର ନାହିଁ ବୋଲି ଦର୍ଶାଇଥିଲେ । ରତ୍ନଭଣ୍ଡାରରେ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଏଭଳି ସତ୍ୟପାଠ ଦାଖଲ ହୋଇଥିଲା ।

ସତ୍ୟପାଠରେ ରତ୍ନଭଣ୍ଡାରକୁ ତିନିଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଥିବା ଦର୍ଶାଯାଇଥିଲା । ଯାହାମଧ୍ୟରେ 149 କେଜି 460 ଗ୍ରାମ ସୁନା, 183 କେଜି ରୂପା ଅଳଙ୍କାର ଥିବା କୁହାଯାଇଥିଲା ।

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିସ କରିଥିଲା ।

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ପ୍ରଥମେ ଏହାର ସ୍ଥିତି ତଦାରଖ କରିବ ଏଏସ୍ଆଇ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇଙ୍କୁ ଚିଠି କରିଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉ ନଥିବା ସମୟରେ ଏଏସ୍ଆଇ ତଦାରଖ କରିବ । ରଥଯାତ୍ରା ସମୟରେ ଏଏସ୍ଆଇ ସ୍ଥିତି ଅନୁଧ୍ୟାନ କଲେ ନୀତି ଓ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ । ତେଣୁ 2024 ରଥଯାତ୍ରା ସମୟରେ ଏଏସ୍ଆଇ, ଭିତର ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+