ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ; ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ଯିବେ
ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ । ତଦାରଖ କମିଟି ବୈଠକ ପରେ ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ସୂଚନା ।
୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।
ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ । ତଦାରଖ କମିଟିର ୨ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ କହିଛନ୍ତି । ମୁଁ ଆଉ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବୁ ବୋଲି ସେ କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ। ଶ୍ରୀଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳ ଧରି ଶ୍ରୀମନ୍ଦିର ଆସୁଛନ୍ତି ସେବାୟତ ।
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କଲେ ଜଷ୍ଟିସ ରଥ।
ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦର୍ଶନ କଲେ । ପ୍ରାୟ ଗୋଟାଏରୁ ଦେଢ଼ଟା ମଧ୍ୟରେ ରହିଛି ଶୁଭ ମୁହୂର୍ତ୍ତ ।
ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ .। ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ
ଖୋଲିବ କାଳିଆର ରତ୍ନ ଭଣ୍ଡାର । ୪୬ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ରତ୍ନଭଣ୍ଡାରର ମରାମତି ସହ ଅଳଙ୍କାର ଗଣତି ମଧ୍ୟ ହେବ ।
ଦ୍ୱାଦଶ ଶତାବ୍ଦୀର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୁରୀ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ଏବେ ବି ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା'ର ସବିଶେଷ ବିବରଣୀ କାହା ପାଖରେ ନାହିଁ। ଏପରି କି ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା କୁହାଯାଉଛି। ଭିତର ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅତୀତରେ କ୍ୱଚିତ ଉଦ୍ୟମ ହୋଇଛି।












Click it and Unblock the Notifications