Get Updates
Get notified of breaking news, exclusive insights, and must-see stories!

ହେତୁବାଦୀଙ୍କୁ ଆକ୍ରମଣ ମାମଲା, ୮ଜଣ ଗିରଫ

ହେତୁବାଦୀଙ୍କୁ ଆକ୍ରମଣ ମାମଲା, ୮ଜଣ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଲୋହିୟା ଏକାଡେମୀରେ ପଶି ଆକ୍ରମଣ ମାମାଲାରେ ଆଜି ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକ ଥିବା ୮ ଜଣଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ବଳପୂର୍ବକ ପଶିବା ଓ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ଗ୍ରହଣରେ ଭକ୍ଷଣକୁ ବିରୋଧ କରି ହେତୁବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ODISHA

ସୂଚନାଥାଉ ଯେ, ଗତକାଲି ଚନ୍ଦ୍ରଗ୍ରହଣରେ ହେତୁବାଦୀ, ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦ ସୃଷ୍ଚି ହୋଇଥିଲା । ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଭୁବନେଶ୍ୱର ଲୋହିୟା ଏକାଡେମୀରେ ପିଟାପିଟି ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରିବା ସହ ପରସ୍ପର ଉପରେ ଢେଲାପଥର ଓ ଗୋବର ମାଡ଼ ମଧ୍ୟ କରିଥିଲେ । ସେହିପରି ଗତକାଲି ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ ନେଇ ବ୍ରହ୍ମପୁରରେ ମଧ୍ୟ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଥିବା ନେଇ ସୂଚନା ରହିଥିଲା । ବ୍ରହ୍ମପୁରରେ ହେତୁବାଦୀଙ୍କ ସମ୍ମିଳନୀ ସ୍ଥଳରେ ପହଞ୍ଚିଲେ ପରମ୍ପରାବାଦୀ । ହେତୁବାଦୀଙ୍କ ମିଟିଂକୁ ବିରୋଧ କରିଥିଲେ । । ଘଟଣାସ୍ଥଳରେ ଏକାଧିକ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+