Big Breaking: ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ
ସୂର୍ଯ୍ୟପରାଗ ପରେ ଚନ୍ଦ୍ରଗ୍ରହଣରେ ମଧ୍ୟ ଦେଖିବାକୁ ମିଳିଛି ହେତୁବାଦୀ ବନାମ ପରମ୍ପରାବାଦୀ । ଆଜି ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଭୁବନେଶ୍ୱର ଲୋହିୟା ଏକାଡେମୀରେ ପିଟାପିଟି ହୋଇଥିବା ସୂଚନା ରହିଛି ।
ଭୁବନେଶ୍ୱର: ସୂର୍ଯ୍ୟପରାଗ ପରେ ଚନ୍ଦ୍ରଗ୍ରହଣରେ ମଧ୍ୟ ଦେଖିବାକୁ ମିଳିଛି ହେତୁବାଦୀ ବନାମ ପରମ୍ପରାବାଦୀ । ଆଜି ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଭୁବନେଶ୍ୱର ଲୋହିୟା ଏକାଡେମୀରେ ପିଟାପିଟି ହୋଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିଛନ୍ତି । ସେହିପରି ପରସ୍ପର ଉପରେ ଢେଲାପଥର ଓ ଗୋବର ମାଡ଼ ମଧ୍ୟ କରିଛନ୍ତି ଦୁଇ ଗୋଷ୍ଠୀ ।

ଅନ୍ୟପଟେ ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ ନେଇ ବ୍ରହ୍ମପୁରରେ ମଧ୍ୟ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଥିବା ସୂଚନା ରହିଛି । ବ୍ରହ୍ମପୁରରେ ହେତୁବାଦୀଙ୍କ ସମ୍ମିଳନୀ ସ୍ଥଳରେ ପହଞ୍ଚିଲେ ପରମ୍ପରାବାଦୀ । ହେତୁବାଦୀଙ୍କ ମିଟିଂକୁ ବିରୋଧ କରି ପହଞ୍ଚିଲେ ପରମ୍ପରାବାଦୀ । ଘଟଣାସ୍ଥଳରେ ଏକାଧିକ ପୋଲିସ କର୍ମଚାରୀ ଉପସ୍ଥିତ ।












Click it and Unblock the Notifications