ଆଜିଠୁ ଖୋଲିବ 'ରାସନ' ପୋର୍ଟାଲ
ଆଜିଠୁ ଖୋଲିବ 'ରାସନ' ପୋର୍ଟାଲ । ହିତାଧିକାରୀଙ୍କୁ ପୁଣି ଆବେଦନ କରିବାର ମିଳିବ ସୁଯୋଗ ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଯେଉଁମାନେ ସାମିଲ ହୋଇନଥିଲେ ରାସନକାର୍ଡ ପାଇଁ ସେମାନେ ଆବେଦନ କରିପାରିବେ ।
ସେହିପରି ଏପର୍ଯ୍ୟନ୍ତ ତାଲିକାରୁ ମୋଟ୍ ୪ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିଲାଣି । ମନ୍ତ୍ରୀ ଆହୁରି କହିଛନ୍ତି, ଅତୀତର ତ୍ରୁଟିକୁ ସଂଶୋଧନ କରାଯିବ । ସମ୍ପୂର୍ଣ୍ଣ ସର୍ଭେ କରାଯିବ । ଯାହା ଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡିକୁ ଦୂର କରାଯାଇ ପାରିବେ । ଏହା ଦ୍ୱାରା ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ।

ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଯାଞ୍ଚ ମାଧ୍ୟମରେ ତାଲିକାରୁ ମୋଟ ଚାରି ଲକ୍ଷ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି । ମୋର ଅନୁରୋଧ ପରେ, କିଛି ଚାକିରିଧାରୀ ସେମାନଙ୍କର ରାସନ କାର୍ଡ ଫେରାଇଛନ୍ତି। ଆମେ କିଛି ଆୟକରଦାତାଙ୍କ ତାଲିକା ମଧ୍ୟ ପାଇଛୁ। ଆମେ ଏକ ସର୍ଭେ କରିବୁ। ଯେଉଁମାନଙ୍କର ପ୍ରକୃତରେ ଭଲ ଆୟ ଅଛି, ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ। ଯେଉଁମାନେ ଗରିବ ଲୋକ ସେମାନଙ୍କୁ ତାଲିକାରେ ସାମିଲ କରାଯିବ। ଶନିବାରଠାରୁ ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ଆବେଦନକାରୀଙ୍କ ପାଇଁ ଅନଲାଇନ୍ ପୋର୍ଟାଲ୍ ଉପଲବ୍ଧ ହେବ ।












Click it and Unblock the Notifications