Ration Card: କଟିଯିବ ଆପଣଙ୍କ ରାସନ କାର୍ଡ ! ଆଉ ମିଳିବନି ଚାଉଳ କି ଗହମ !

ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର ଆସିଛି । ରାସନ କାର୍ଡରୁ କେତେ ଜଣ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି ।

ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ ନଚେତ୍ ରାସନ କାର୍ଡରୁ ଆପଣଙ୍କ ନାଁ କାଟି ଦିଆଯିବ । ମାଗଣାରେ ଚାଉଳ ଏବଂ ଗହମ ଆଉ ଆପଣ ପାଇବେନି । କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ।

ରାସନ କାର୍ଡ ହିତାଧିକାରୀ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡିବ । ଯାହା ଫଳରେ ଆପଣ ପୂର୍ବଭଳି ମାଗଣା ରାସନ ପାଇପାରିବେ । ଆଉ ସରକାରୀ ସୁବିଧା ପୂର୍ବଭଳି ପାଇବାକୁ ସକ୍ଷମ ହେବେ । ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ ।

Ration Card

ତେବେ କେଉଁ କାମ କରିବାକୁ ପଡିବ?

ରାସନ କାର୍ଡ ଧାରକ ତୁରନ୍ତ E-KYC କରାଇବାକୁ ପଡିବ । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯଦି E-KYC କରା ନ ଯାଏ ତେବେ ରାସନ କାର୍ଡରୁ ନାଁ କାଟିଦିଆଯିବ । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନକାର୍ଡ ଧାରୀ ଏବଂ ଧନୀକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେଇଥିଲେ ତାହା କାଟିଦିଆଯିବ । ଯେଉଁମାନେ EKYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ନୂଆ ବର୍ଷ ବା ଜାନୁଆରୀ ୧ ତାରିଖରୁ କାଟିଦିଆଯିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ ।

ପୂର୍ବରୁ ଡିସେମ୍ବର ୧ରୁ ରାସନ କାର୍ଡ କଟାଯିବା ନେଇ ସରକାର ଆଡଭାଇଜରି ଜାରି କରିଥିଲେ । ତେବେ ଡିସେମ୍ବର ୩୧ ତାରିଖକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ରାସନ କାର୍ଡ E-KYC କରିଥିବେ ସେମାନଙ୍କୁ ରାସନ ମିଳିବା ଜାରି ରହିବ । ଆଉ ଯେଉଁମାନେ କରିନଥିବେ ସେମାନଙ୍କର କାର୍ଡ କାଟିଦେବେ ସରକାର ।

ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କର E- KYC ବାଧ୍ୟତାମୂକଳ ଥିବାରୁ ଏଭଳି ଘୋଷଣା କରାଯାଇଛି । ରାସନ କାର୍ଡରେ E-Kyc କରିବା ବାଧ୍ୟତା ମୂଳକ ହୋଇଥିବା ବେଳେ ତାହାକୁ ଅନେକ ଅଣଦେଖା କରିଦିଅନ୍ତି । ଯାହା ଫଳରେ ସରକାରୀ ସୁବିଧା ମିଳିବା ବନ୍ଦ ହୋଇଯାଏ । ରାସନରେ ମିଳୁଥିବା ସାମଗ୍ରୀ ଯେପରିକି ଚାଉଳ, ଗହମ ଆଦି ବନ୍ଦ କରିଦିଆଯାଏ ।

ଯଦି ରାସନ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ E-KYC ନକରନ୍ତି, ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ କାର୍ଡର E Kyc କରିପାରିବେ । ଯାହା ଫଳରେ ଆଉ ରାସନ କାର୍ଡ କଟିବାର ଭୟ ରହିବ ନାହିଁ ।

ତେବେ କାହିଁକି ରାସନ କାର୍ଡରେ E-KYC ବାଧ୍ୟତାମୂଳକ? ରାସନ କାର୍ଡରେ E-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଯେଉଁମାନଙ୍କର ଏକରୁ ଅଧିକ ରାସନ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି କାର୍ଡରେ ନାଁ ଅଛି ସେମାନଙ୍କୁ ବାହାର କରିବା ।

ରାସନ କାର୍ଡ EKYC ସମୟରେ, ନାଁ ଯୋଡିବା କିମ୍ବା ନାଁ କାଟିବା ତଥା ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ । ଫଳରେ ରାସନ ମିଳିବା ସମୟରେ କୌଣସି ସମସ୍ୟା ରହିବ ନାହିଁ । ଯଦି ଆପଣ ମଧ୍ୟ ଆପଣଙ୍କର eKYC ର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମୋବାଇଲ ନମ୍ବର ଥିବା ଆବଶ୍ୟକ । ମୋବାଇଲ ନମ୍ବର ନୁହେଁ, ମୋବାଇଲ ନମ୍ବର ନିଜ ନାଁ ରେ ମଧ୍ୟ ରହିଥିବା ଆବଶ୍ୟକ । ପଞ୍ଜିକୃତ ମୋବାଇଲ ନମ୍ବର ବିନା E-KYC ହୋଇପାରିବ ନାହିଁ । କିମ୍ବା ଯାଞ୍ଚ ମଧ୍ୟ କରିହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+