୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ: କୃଷ୍ଣଚନ୍ଦ୍ର ପାତ୍ର

ରାସନ୍‌ କାର୍ଡ ନେଇ ଡେଡ୍‌ଲାଇନ୍‌ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ। ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରି ନାହାନ୍ତି e-KYC।
ବାହାର ରାଜ୍ୟରେ ଥିବା ଲୋକଙ୍କର ଅଫିସର e-KYC କରୁଛନ୍ତି । e-KYC ସରିବା ପରେ ନୂଆ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଗାଇଡଲାଇନ୍ ଜାରି କରିଛନ୍ତି ।ତୁରନ୍ତ କରନ୍ତୁ E-KYC: ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ । ଜାନୁଆରୀ ୩୧ ସୁଦ୍ଧା EKYC ନକଲେ ରାସନ୍ କାର୍ଡ଼ କଟିଯିବ ।

Krushna Chandra Patra

ସରକାରଙ୍କ ଲକ୍ଷ୍ୟ: ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା ।

ଜନତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ୍ୟ ରହିଛି ।

ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନକାର୍ଡ ହାତେଇଥିବା ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଋକଣଉ କରିନଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+