Ration Card: କାଲିଠୁ ଏମାନଙ୍କୁ ମିଳିବନି ରାସନ !

ରାସନ କାର୍ଡ ଧାରକଙ୍କ ପାଇଁ ବଡଖବର । ଆସନ୍ତାକାଲି ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ । ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ ।

ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାଶନ କାର୍ଡ କାଟିଦିଆଯିବ ।

Ration Card

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଫେବୃଆରୀ ୧୫ ଯାଏ ବୃଦ୍ଧି କରିଥିଲେ । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନିଆଯାଇଥିଲା।

ସୂଚନାଯୋଗ୍ୟ, ଏବେ ରାସନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି।

କିଛି ସ୍ଥାନରେ ଆଇ ସ୍କାନ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପଡେଟ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+