ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା
ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା । ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ତେବେ ଯେଉଁ ମାନେ ଏପର୍ଯ୍ୟନ୍ତ ଲିଙ୍କ୍ କରି ନାହାଁନ୍ତି ସେମାନେ ତୁରନ୍ତ ଏହି ସମୟ ସୀମା ମଧ୍ୟରେ ରାସନ କାର୍ଡ ସହ ଆଧାର ଲିଙ୍କ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାସନକାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବା ବାଧ୍ୟତାମୂଳକ ଯାହା ଦ୍ୱାରା ଉଚିତ ଲାଭାର୍ଥୀ ଏହାର ଲାଭ ପାଇପାରିବେ ଏବଂ ନକଲି ରାସନ କାର୍ଡ ଗୁଡିକ ବାଦ ଦିଆଯାଇ ପାରିବ । କାରଣ ଅନେକ କ୍ଷେତ୍ରରେ ଲୋକେ ପରିବାରର କାହାର ମୃତ୍ୟୁ ହୋଇଗଲେ ମଧ୍ୟ ସେମାନେ ରାସନ କାର୍ଡରୁ ନାମ କାଟିବାକୁ ପରିବର୍ତ୍ତେ ଏହାକୁ ବ୍ୟବହାର କରିଥାନ୍ତି । ସେହିପରି ଝିଅ ବାହାଘର ହୋଇଯାଇଥିଲେ ମଧ୍ୟ ପରିବାର ଲୋକେ ତା ନାମରେ ରାସନ ସାମଗ୍ରୀ ଉଠାଇଥାନ୍ତି । ଏପରିକି ଅନେକ ଟ୍ୟାକ୍ସ ଭରୁଥିବା ଲୋକେ ମଧ୍ୟ ରାସନ କାର୍ଡ ବ୍ୟବହାର କରିଥାନ୍ତି । ଯେଉଁଥି ପାଇଁ ଆଧାର ଲିଙ୍କ୍ କରିବା ବାଧ୍ୟତା ମୂଳକ କରାଯାଇଛି ।












Click it and Unblock the Notifications