ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି
ରାଜ୍ୟର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବା ଇ-କେୱାଇସିର ଅବଧି ଆଉ ଦୁଇମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଆଜି ଇ-କେୱାଇସି ଭରିବାର ଶେଷ ତାରିଖ ଥିଲା ।
ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC ଶେଷ ହୋଇଛି । ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏବେ ଯାଏ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେବେ ଇ-କେୱାଇସି କରି ନଥିବା ହିତାଧିକାରୀ ପୂର୍ବଭଳି ରାମନ ସାମଗ୍ରୀ ପାଇବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ, କଳାହାଣ୍ଡି ୭୧ ହଜାର, ବଲାଙ୍ଗୀର ୬୮ ହଜାର, ବାଲେଶ୍ଵର ୬୪ ହଜାର, ମୟୂରଭଞ୍ଜ ୬୧ ହଜାର, ପୁରୀ ୬୨ ହଜାର, ଯାଜପୁରରେ ୬୦ ହଜାର ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୬୪୫୩ ଜଣଙ୍କ ଇ-କେୱାଇସି ହୋଇନାହିଁ । ତେବେ ଇ-କେୱାଇସିକୁ ନେଇ ରାଜ୍ୟ ସରକାର ଲଗାତାର ଭାବେ ଅବଧି ବୃଦ୍ଧି କରି ଚାଲିଛନ୍ତି। ଏହାରି ଭିତରେ ଆଉ ଦୁଇମାସ ବଢ଼ିଛି ଅବଧି ।












Click it and Unblock the Notifications