Ration Card: ୫.୮ କୋଟି ରାସନ କାର୍ଡ ରଦ୍ଦ , ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌

ଭାରତରେ ଗରିବ ଅଭାବୀ ଲୋକଙ୍କୁ ସରକାର ରାସନ କାର୍ଡ ପ୍ରଦାନ କରୁଛନ୍ତି । ଭାରତରେ କୋଟି କୋଟି ରାସନ କାର୍ଡଧାରୀ ଅଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କମ୍‌ ମୂଲ୍ୟରେ ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ରାସନ ପ୍ରଦାନ କରୁଛନ୍ତି । ହେଲେ ନିକଟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ବହୁତ ବଡ ଖବର ଆସିଛି ।

ଭାରତ ସରକାର ପ୍ରାୟ ୫.୮ କୋଟିର ରାସନ କାର୍ଡ ରଦ୍ଦ କରିଛନ୍ତି । କେଉଁ କାରଣରୁ ସରକାର ଏହି ରାସନ କାର୍ଡ ରଦ୍ଦ କରିଛନ୍ତି ? ଲିଷ୍ଟରେ ଆପଣଙ୍କର ନାମ ନାହିଁ ତ ? ତେବେ ଆସନ୍ତୁ ଜାଣିବା କେମିତି ଚେକ୍‌ କରିବ ।

କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାସନ କାର୍ଡଧାରୀଙ୍କୁ ଏହି ସୂଚନା ପ୍ରଦାନ କରିସାରିଛନ୍ତି ଯେ, E-KYC କାର୍ଯ୍ୟ କରିବା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ । ଏଥିପାଇଁ ସମୟସୀମା ମଧ୍ୟ ସ୍ଥିର କରାଯାଇଥିଲା । କିନ୍ତୁ ଅନେକ ରାଶନ କାର୍ଡଧାରୀମାନେ ସେମାନଙ୍କର KYC କରିନାହାନ୍ତି । ବାସ୍ତବରେ ଦେଶର ଅନେକ ଲୋକ ନକଲି ରାଶନ କାର୍ଡ ତିଆରି କରି ସରକାରଙ୍କ ଖାଦ୍ୟ ଯୋଜନାର ଲାଭ ଉଠାଉଥିଲେ ।

Ration Card

ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଦେଶର ୫.୮ କୋଟି ନକଲି ରାସନ କାର୍ଡ ବାତିଲ କରାଯାଇଛି । ଡିଜିଟାଇଜେଶନ ଯୋଗୁ ଭାରତର ଜନସାଧାରଣ ବିତରକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ନକଲି ରାସନ କାର୍ଡ ଧାରକମାନଙ୍କୁ ଚିହ୍ନଟ କରିବା ଏହା ଅଧିକ ସହଜ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+