ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ତିନିରଥ
ନଅ ଦିନର ଯାତ୍ରା ପରେ ରତ୍ନସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡି ଚାଲିଛି ।
ପୁରୀ: ଗଜପତିଙ୍କ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ଶରଧାବାଲିରୁ ପ୍ରଥମେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥକୁ ଟାଣି ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ନଅ ଦିନର ଯାତ୍ରା ପରେ ରତ୍ନସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡି ଚାଲିଛି ।

ଶ୍ରୀମନ୍ଦିର ଯିବା ରାସ୍ତାରେ ପରମ୍ପରା ଅନୁସାରେ ମାଉସୀ ମା ମନ୍ଦିର ନିକଟରେ ଅଟକି ପ୍ରିୟ ପୋଡପିଠା ଖାଇବେ ଚକାନୟନ । ଧିରେ ଧିରେ ଶରଧା ବାଲିରେ ଗଡି ଚାଲିଛି ଗୋଟିକ ପରେ ଗୋଟିଏ ରଥ । ପୋଡପିଠା ଖାଇ ପୁଣି ସିଂହଦ୍ବାର ଆଡେ ଯିବେ ଶ୍ରୀଜୀଉ। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି । 4ଟାରୁ ରଥ ଟଣା ଆରମ୍ଭ ହେବାର ଥିଲା । କିନ୍ତୁ କିଛି ଘଣ୍ଟା ପୂର୍ବରୁ ହିଁ ରଥଟଣା ନୀତି ଆରମ୍ଭ ହୋଇଛି ।
ଏପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁ ପ୍ରଭୁଙ୍କର ଦର୍ଶନ କରିବା ସହ ରଥସହ ଚାଲି ଚାଲି ସିଂହଦ୍ବାର ଆଡେ ଯାଉଛନ୍ତି । ଶରଧାବାଲିରେ ଜନସମୁଦ୍ର ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଭକ୍ତ କାଳିଆକୁ ଦେଖି ଭକ୍ତିରେ ବିଭୋର ହେଉଛନ୍ତି ।












Click it and Unblock the Notifications