ରଥଯାତ୍ରା ୨୦୨୪: ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କରିଛନ୍ତି । ରାଷ୍ଟ୍ରପତି ମର୍ଣ୍ଣିଂଓ୍ବାକ୍‌ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ।

ସୋମବାର ସକାଳୁ ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରଣ କରିଲେ ରାଷ୍ଟ୍ରପତି । ପୁରୀରେ ରହଣୀ ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଟ୍‌ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଙ୍ଗୋପସାଗରର ବେଳାଭୂମିରେ ବୁଲିଛନ୍ତି ରାଷ୍ଟ୍ରପତି ।

President Draupadi Murmu

ସୂଚନାଯୋଗ୍ୟ ଯେ, ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛି । ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ଵ ପ୍ରସିଦ୍ଧ ରଥାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ସୋମବାର ଦିନ ପୁରୀ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ବର ଫେରିଯିବେ । ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବା ନୂଆଦିଲ୍ଲୀ ଫେରିଯିବେ ।

ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । ଏବଂ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ନଥିଲା । ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ ।

ରଥଯାତ୍ରାକୁ ଅନ୍ୟାନ୍ୟ ନାମରେ ମଧ୍ୟ କୁହାଯାଇଥାଏ । ଚାଲନ୍ତୁ ଜାଣିବା ସେଗୁଡ଼ିକ କଣ କଣ ?

ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନ‌ନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା ।
ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ।
ଜନ୍ମ‌ବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମ‌ବେଦୀ ବା ଅନ୍ତର୍ବେଦୀ ଯାତ୍ରା ।
ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା ।
ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା ।
ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା ।
ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+