ଅଧା ବାଟରେ ଫସିଲା ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ
କେନ୍ଦ୍ରାପଡ଼ା : ୫୩ ବର୍ଷ ପରେ ନିଆରା ରଥଯାତ୍ରା । ତା' ସହିତ ଦୁଇଦିନ ରଥଟଣା । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ କୋଣଅନୁକୋଣରେ ମହାପ୍ରଭୁଙ୍କ ଏହି ମହାନପର୍ବରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ । ତେବେ ଆଜି ଅଧାରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ଶ୍ରଦ୍ଧାଳୁ ଟାଣିବାବେଳେ ବାମମୋଡ଼ ନେଇ ଅଟକିଲା ।

ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକକୁ ଅଣାଯାଇଗଲା । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ପୁଣି ଥରେ ବ୍ରହ୍ମ ତାଳଧ୍ୱଜ ରଥ ଟଣାଯିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ରାପଡ଼ା ଜିଲାପାଳ ପ୍ରକାଶ କରିଛନ୍ତି । ଅନ୍ୟପଟେ ରଥର ଡାହୁକ କହିଛନ୍ତି, ଏଥିରେ କାହାର କିଛି ଭୁଲ୍ ନାହିଁ । ସବୁ ସେହି ପ୍ରଭୁଙ୍କ ଲୀଳା । ସବୁକିଛି ଠିକ୍ଠାକ୍ ହୋଇଯିବ । ପ୍ରଭୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବେ ବୋଲି ଡାହୁକ କହିଛନ୍ତି ।












Click it and Unblock the Notifications