ପୁରୀ ରଥଖଳାରେ କରୋନା, ୮ ସେବାୟତ କରୋନା ପଜିଟିଭ୍
ପୁରୀ ରଥଖଳାରେ ପ୍ରବେଶ କଲା ମହାମାରୀ କରୋନା ଭାଇରସ। ରଥ କାମରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପୁରୀ: ପୁରୀ ରଥଖଳାରେ ପ୍ରବେଶ କଲା ମହାମାରୀ କରୋନା ଭାଇରସ। ରଥ କାମରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ ରଖି ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ରଥକଳାରେ ନିୟୋଜିତ ସମସ୍ତ ସେବାୟତଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇଛି । ଆରଟି-ପିସିଆର୍ କୋଭିଡ୍ ଟେଷ୍ଟରେ ନେଗେଟିଭ୍ ପରେ ସେମାନେ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂକ୍ରମିତ ସେବାୟତଙ୍କୁ ନୀଳାଚଳ କୋଭିଡ୍ କେୟାର୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ।












Click it and Unblock the Notifications