ପୁରୀରେ ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି: ତଥାପି ଲୋକାରଣ୍ୟ ବଡ଼ଦାଣ୍ଡ

Ratha Yatra 2023: ରଥଯାତ୍ରାରେ ବି ହେଲାନି ବର୍ଷା । ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହର ତାଣ୍ଡବ । ପୁରୀରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂଚ ହୋଇଛି ।

ପୁରୀରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୬୯% ଆର୍ଦ୍ରତା ଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ସହ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୁତି ହେଉଛି । ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରଯାଇଛି । ଦକ୍ଷିଣପଶ୍ଚିମ ଦିଗରୁ ପବନ ବହିବା ସହ ଘଣ୍ଟା ପ୍ରତି ଏହାର ବେଗ ୧୦ରୁ ୧୨ କିମି ରହିଛି ।

Ratha Yatra 2023

ତେବେ ଅସହ୍ୟ ଗୁଳିଗୁଳି ଓ ଗରମ ସ୍ବତ୍ୱେ ଲୋକାରଣ୍ୟ ହୋଇଛି ପୁରୀ ବଡଦାଣ୍ଡ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

ଅନ୍ୟପଟେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡା ୩୭.୨ ଡିଗ୍ରୀ ଛୁଇଁଥିବା ବେଳେ ଚାନ୍ଦବାଲି ୩୭ ଡିଗ୍ରୀ, ଭୁବନେଶ୍ୱର ୩୬.୮ ଡିଗ୍ରୀ, ବାଲେଶ୍ୱର ୩୬.୬ ଡିଗ୍ରୀ, ସମ୍ବଲପୁର ୩୬ ଡିଗ୍ରୀ, ପୁରୀ ୩୫ ଡିଗ୍ରୀ, କେନ୍ଦୁଝର ୩୪ ଡିଗ୍ରୀ, ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+