ସୁସ୍ଥ ହେଉଛନ୍ତି ଶ୍ରୀଜିଉ: ଆଜି ରାଜପ୍ରାସାଦ ବିଜେ ନୀତି
ପୁରୀ: ଦଶମୂଳ ମହୈାଷଧି ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଅନୁଷ୍ଠିତ ହୋଇଛି ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି ।
ଅଣସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରାଯିବା ସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ସମାପନ ହେବ ସେନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିବେ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜିଉଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।

ରଥଖଳା ହାଲଚାଲ୍
ରଥନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥ ଉପରକୁ ୧୩ ପରସ୍ତ ପୋଟଳ, ପାରାଭାଡି ଉଠିଥିବା ବେଳେ ବୁଧବାର ପ୍ରତ୍ୟେକ ରଥର ଚାରି ଚାରୋଟି ପରଭା ଉଠାଇ ଭୋଇ ସେବକ ମାନେ ସପ୍ତମ ହରିବୋଲ ପକାଇବେ । ଆଗକୁ ସାରଥୀ, ଘୋଡା,ବ୍ରେକ୍ ଇତ୍ୟାଦିର ମରାମତି ହେବାପରେ ଏହାକୁ ରଥ ଉପରକୁ ଉଠାଯିବ । ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ଶୃଙ୍ଖଳିତ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରାୟ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।












Click it and Unblock the Notifications