ରଥଖଳା ହାଲଚାଲ: ଶେଷ ହେଲା ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ
ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ସପ୍ତମ ଦିନରେ ତୁମ୍ବରେ ବିନ୍ଧ କରାଯାଉଛି ।

ତିନି ରଥ ପାଇଁ ଆବଶ୍ୟକ ୪୨ଟି ଚକର ୪୨ଟି ତୁମ୍ବ ଗୋଲେଇ କରି ସୂତା ବାଡିଆ ଶେଷ ହେବା ପରେ ଗତକାଲି ଠାରୁ ତୁମ୍ବରେ ବିନ୍ଧ କରାଯାଉଛି । ତିନିରଥ ତୁମ୍ବ ଗୁଡିକରେ ପ୍ରାୟ ୮ ଯୋଡ଼ାରୁ ଉର୍ଦ୍ଧ୍ଵ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏହାବ୍ୟତୀତ କରତି ସେବକମାନେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଘେର କାଟି ଯୋଗାଇଛନ୍ତି । ଗୋଟିଏ ଗୋଟିଏ ତୁମ୍ବରେ ୨୬ଯୋଡା ବା ୩୨ଟି ବିନ୍ଧ ହୋଇଛି । ତିନିରଥର ୪୨ଟି ତୁମ୍ବରେ ୨୩୪୪ଟି ବିନ୍ଧ କରାଯାଉଛି।












Click it and Unblock the Notifications