ରଥଖଳା ହାଲଚାଲ: ସରିଲା ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟ
ପୁରୀ: କେମିତି ରହିଛି ରଥଖଳା ହାଲଚାଲ ? କେତେ ଦୂର ଗଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ? ଏନେଇ ପ୍ରତିଟି ଅପଡେଟ ଏଠାରେ ଆପଣ ପାଇ ପାରିବେ ।
ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ରଥଖଳା । ଆଜି (ଗୁରବାର) ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ । ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ସାରି ଗୟଳ ଚିରଣ କାମ ଆରମ୍ଭ କରାଯାଇଛି ।

ଏବେ ତିନି ରଥର ଯୋଖା ନିର୍ମାଣ ବି ଆଗେଇ ଚାଲିଛି। ତାଳଧ୍ବଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ ୭ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖାରୁ ୫ଟି ଯୋଖା ନିର୍ମାଣ ଶେଷ ହୋଇଛି। ରଥର ତଳ ଓ ଉପର ପାର୍ଶ୍ୱକୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣଗୁଜମାନଙ୍କରେ ଯୋଖା ସଂଯୋଗ କରାଯିବ। ଏହା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟକ ହେବ ।
ରଥଖଳାରେ ତିନି ରଥର ୨୫ ଟି ଚକ ଓ ୧୯ ଗୋଟି ଜୋଖା ନିର୍ମାଣ ଶେଷ ହେବା ସହ ତାଳଧ୍ଵଜ ରଥର ପୋଲ ଗୟଳ କାର୍ଯ୍ୟ ଚାଲି ରହିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଚକର ତୁମ୍ବ ପାଇଁ ପନ୍ଦାରି ଓ ବଳା ତିିଆରି ସହ ତୁମ୍ବ ଏବଂ ପନ୍ଦାରି ସଂଯୋଗ ହୋଇ ରହିବା ପାଇଁ ପନ୍ଦାରି ଚାବି ନିର୍ମାଣ ଆଗେଇ ଚାଲିଛି ।#RathaKhala2023#Day17 pic.twitter.com/3sPCtXEZKq
— Shree Jagannatha Temple Office, Puri (@SJTA_Puri) May 10, 2023
ସେପଟେ ବୁଧବାରଠାରୁ ଗୟଳ ଚିରଟ କାମ ଆରମ୍ଭ ହୋଇଛି। ବୁଧବାର ଦିନ ତାଳଧ୍ବଜ ରଥର ଦୁଇଟି ଗୟଳ ଚିରଟ ପାଇଁ କରତି ସେବକଙ୍କୁ କାଠ ଯୋଗାଇ ଦିଆଯାଇଛି। ୪୦ ଫୁଟର ଧଉରା କାଠରେ ଗୟଳ ନିର୍ମାଣ ହେବ। କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ତ୍ବାବଧାନରେ ୪୦ ଫୁଟର ଏହି ଗୟଳ କାଠ ଚିରଟ ଆରମ୍ଭ ହୋଇଛି। ଚିରଟ ପରେ ତାଳଧ୍ୱଜ ରଥ ମହାରଣାମାନେ ଚଉପଟ କରି ପୋଲ ଗୟଳ ନିର୍ମାଣ କରିବେ। ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications