ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ
ପୁରୀ: ଶରଧାବାଲିରେ ଲାଗିଛି ରଥ । ମାଉସୀମା ଘରକୁ ଆଜି ପ୍ରବେଶ କରିବେ ତିନିଠାକୁର । ଆଜି ଆଡ଼ପମଣ୍ଡପକୁ ବିଜେ କରିବେ ମହପ୍ରଭୁ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ମହାପ୍ରଭୁ ।

ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ମରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ଲାଗିସାରିଥିବାବେଳେ ଗତକାଲ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଶରଧାବାଲିକୁ ଟାଣି ଆଣିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ।
ଅନ୍ୟପଟେ ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବୁଧବାର ଦିନ ଶରଧାବାଲିରେ ବିଜେ କରିଛନ୍ତି । ତିନିରଥ ଶରଧାବାଲିରେ ବିଜେ ପରେ ରଥ ଉପରେ ଆଜିର ଦୈନନ୍ଦିନ ନୀତିକାନ୍ତି ସଂପନ୍ନ ହୋଇଛି । ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଗୁରୁବାର ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ହୋଇଛି । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିବେ ।












Click it and Unblock the Notifications